ଘଟଣା ସ୍ଥଳର ଦୃଶ୍ୟ
ମଦ୍ୟପ ଡମ୍ପର ଡ୍ରାଇଭରର ଭୟଙ୍କର କାଣ୍ଡ। ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର ଘଟାଇଛି ସିରିଜ ଦୁର୍ଘଟଣା। ଯାହାକୁ ସାମ୍ନାରେ ପାଇଲା, ତା’କୁ ଦଳିବାକୁ ପଛାଇଲା ନାହିଁ ଡମ୍ପର। ଏକାଧିକ ଗାଡ଼ିକୁ ଦୀର୍ଘ କିମି ଯାଏ ଘୋଷାଡ଼ି ନେବା ଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
୫୦ ଜଣଙ୍କୁ ପ୍ରାଥମିକ ଅବସ୍ଥାରେ ଡମ୍ପର ଚକା ତଳୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ରାଜସ୍ଥାନର ଜୟପୁରରେ ଏପରି ଘଟଣା ଘଟିଛି। ମଦପ୍ୟ ଡ୍ରାଇଭର ୫ କିମି ଯାଏ ଏକାଧିକ ଗାଡ଼ିକୁ ଧକ୍କା ଦେଇ ଘୋଷାଡ଼ି ଘୋଷାଡ଼ି ନେବା ପରେ ଅଟକି ଥିଲା ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ଦ୍ରୁତଗାମୀ ଡମ୍ପରଟି ପ୍ରଥମେ ଲୋହାମଣ୍ଡି(Rajasthan) ରାସ୍ତାରେ ନିୟନ୍ତ୍ରଣ ହରାଇଥିଲା। ଏହାପରେ ସାମ୍ନାରେ ଯାହାକୁ ପାଇଲା, ତା’ ଉପରେ ଚଢ଼ିବା ଆରମ୍ଭ କରିଥିଲା। ବିପରୀତ ଦିଗରୁ ଆସିଥିବା ଗାଡ଼ିଗୁଡ଼ିକ ଉପରେ ମଧ୍ୟ ଡମ୍ପର ମାଟି ଯାଇଥିଲା। ଡମ୍ପରଟି ଏକାଧିକ କାର, ବାଇକ ଓ ସାଧାରଣ ଲୋକଙ୍କ ଧକ୍କା ଦେଇଛି। କିଛି ଗାଡ଼ିକୁ ଡମ୍ପର ଡ୍ରାଇଭର ୫ କିମି ଯାଏ ଘୋଷାଡ଼ି ମଧ୍ୟ ନେଇଯାଇଥିଲା।
୫ କିମି ରାସ୍ତା ଅତିକ୍ରମ କରିବା ପରେ ଡମ୍ପରଟି ଅଟକିଥିଲା। କିନ୍ତୁ ସେତେବେଳେକୁ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ବାକି ଆହତ ହୋଇଥିବା ୫୦ ଜଣଙ୍କୁ ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ହସ୍ପିଟାଲରେ ଭର୍ତ୍ତି କରିଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିଲେ। ସେ ଏକାଧି ଗାଡ଼ିକୁ ଧକ୍କା ଦେବା ସହ ସାମ୍ନାରେ ଯିଏ ଆସୁଥିଲା, ତା’ ଉପରେ ମାଡ଼ି ଯାଇ ଆଗକୁ ଯାଉଥିଲା। ତେବେ ୫ କିମି ରାସ୍ତା ଅତିକ୍ରମ କରିବା ପରେ ସାମ୍ନାରେ ଏକାଧିକ କାର ରହିଯିବାରୁ ସେମାନଙ୍କୁ ଧକ୍କା ଦେଇ ଆଉ ଆଗକୁ ଯାଇ ପାରି ନଥିଲା। ଦୁର୍ଘଟଣାରେ ଏକାଧିକ କାର ଭାଙ୍ଗି ଚୂରମାର ହୋଇ ଯାଇଛି। କାରରେ ଫସି ରହିଥିବା ଲୋକଙ୍କୁ ବର୍ତ୍ତମାନ ଉଦ୍ଧାର କରାଯାଉଛି।
ଅଧିକାରୀମାନଙ୍କ କହିବା କଥା ଯେ ଆହତମାନଙ୍କୁ ନିକଟରେ ଥିବା ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା(Accident)ରେ ପ୍ରାଣ ହରାଇଥିବା ଲୋକଙ୍କ ଚିହ୍ନଟ କରାଯାଉଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଡମ୍ପର ଡ୍ରାଇଭରଙ୍କୁ ଅଟକ ରଖିଛି ଓ ତାଙ୍କର ମେଡିକାଲ ଟେଷ୍ଟ କରାଯାଉଛି।
ଦିନକ ତଳେ ରାଜସ୍ଥାନର ଫାଲୋଡିରେ ଗୋଟିଏ ଟେମ୍ପୋ ରାସ୍ତା କଡ଼ରେ ଥିବା ଟ୍ରକକୁ ଦ୍ରୁତଗତିରେ ଧକ୍କା ଦେଇଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଥିଲେ।
ଟେମ୍ପୋରେ ଥିବା ଲୋକମାନେ ବିକେନାରରେ ଥିବା କୋଲାୟତ ମନ୍ଦିରରୁ ଦର୍ଶନ ସାରି ସୁରସାଗରକୁ ଫେରୁଥିଲେ। କିନ୍ତୁ ଅଧା ରାସ୍ତାରେ ଏପରି ଭୟଙ୍କର ଦୁର୍ଘଟଣା(Road Accident) ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/03/accident-2025-11-03-15-00-49.jpg)