/odisha-reporter/media/post_attachments/uploadimage/library/16_9/16_9_0/Fire_1709528234.jpg)
Fire
ଗୁହାଳରେ ନିଆଁ ଲାଗି ୨ଜଣ ଗୁରୁତର ହେବା ସହ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବସ୍ତା ଥାନା ସିତାପୁର ଗ୍ରାମରେ। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ, ଗତକାଲି ରାତିରେ ସୀତାପୁର ଗ୍ରାମର ହରିହର ସାମଲ ଛେଳି ଗୁହାଳରେ ଧୂଆଁ ଦେଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ଏହା ଦେଖି ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଏହାସହ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଗୁହାଳରେ ୪୦ଟି ଛେଳି ଥିବାବେଳେ ୧୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାସହ ନିଆଁ ଲାଗି ଜଣେ ଗ୍ରାମବାସୀ ଓ ହରିହରଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
