Advertisment

ଗୁହାଳରେ ନିଆଁ ଲାଗି ୨ଗୁରୁତର; ୧୦ଟି ଛେଳି ଜୀବନ୍ତ ଦଗ୍ଧ

ଗୁହାଳରେ ୪୦ଟି ଛେଳି ଥିବାବେଳେ ୧୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ଗୁହାଳରେ ନିଆଁ ଲାଗି ୨ଜଣ ଗୁରୁତର ହେବା ସହ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବସ୍ତା ଥାନା ସିତାପୁର ଗ୍ରାମରେ। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ସୀତାପୁର ଗ୍ରାମର ହରିହର ସାମଲ ଛେଳି ଗୁହାଳରେ ଧୂଆଁ ଦେଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ଏହା ଦେଖି ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଏହାସହ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଗୁହାଳରେ ୪୦ଟି ଛେଳି ଥିବାବେଳେ ୧୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାସହ ନିଆଁ ଲାଗି ଜଣେ ଗ୍ରାମବାସୀ ଓ ହରିହରଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Balasore Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe