Advertisment

ବଡ଼ ଦାଣ୍ଡ ପାଲଟିଲା ଜନସମୁଦ୍ର; ଠେଲାପେଲା ଯୋଗୁ ୧୦ ଅସୁସ୍ଥ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ଆଜି ଦେଖାଦେଇଛି ଠେଲାପେଲା ପରିସ୍ଥିତି। ଏଥିଯୋଗୁ ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Puri

Puri

ନୂଆବର୍ଷ ପୂର୍ବରୁ ବଡ଼ ଦାଣ୍ଡରେ ଉପୁଜିଛି ଠେଲାପେଲା ପରିସ୍ଥିତି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ଆଜି ଦେଖାଦେଇଛି ଠେଲାପେଲା ପରିସ୍ଥିତି। ଏଥିଯୋଗୁ ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କରିବା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ଦେଶ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ପୁରୀକୁ ଛୁଟି ଆସିଛନ୍ତି। ଏହି ଅବସରରେ କାଳିଆ ଠାକୁରଙ୍କ ଦର୍ଶନ ନିମନ୍ତେ ରାତି ଅଧରୁ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ଭିଡ଼।ପରିସ୍ଥିତି  ଏମିତି ହୋଇଛି କି ମାର୍କେଟ ଛକ ଯାଏଁ ଲମ୍ବା ବ୍ୟାରିକେଡ୍ ହୋଇଛି।

ଏପରି ସ୍ଥିତିରେ ଆଜି ଠେଲାପେଲା ସ୍ଥିତି ଉପୁଜିବା ସହ ୧୦ ଭକ୍ତ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ନାବାଳିକା ଅସୁସ୍ଥ ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ତଥା ସୁଚାରୁ ରୂପେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବା ସମସ୍ତଙ୍କୁ ଚକିତ କରିଛି।

Puri Stampede