ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଟାଟା ଏସି। ଦୁର୍ଘଟଣାରେ ୧୦ ଜଣ କାଉଡିଆ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶାମଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
୧୦ରୁ ଅଧିକ କାଉଡିଆ ଜଳାଭିଷେକ ପାଇଁ କରମୂଳ ଗାଁ ସ୍ଥିତ ଦୌଡେଶ୍ଵରଙ୍କ ପୀଠକୁ ଟାଟାଏସି ଯୋଗେ ଯାଉଥିଲେ। ଶାମଳ ଛକ ନିକଟରେ ଟାଟାଏସିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୦ ଜଣ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
Also Read
ଆହତ ଓ ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। କାମାକ୍ଷାନଗର ବିଧାୟକ ମେଡିକାଲରେ ପହଞ୍ଚି କାଉଡିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଣ ବିସ୍ଫୋରଣରେ ଦମ୍ପତି ଗୁରୁତର ଆହତ
ନିଶାମଣିଙ୍କର ହାତ ଦୁଇଟି ପାପୁଲି ପାଖରୁ ନଷ୍ଟ ହୋଇଯାଇଛି। ସେହିପରି ସଂସାରୀ ସେଠୀଙ୍କର ଗୋଟିଏ ଗୋଡ଼, ଗୋଟିଏ ହାତ ଓ ନାକ ପାଖରେ ଆଘାତ ଲଗିଛି।
Accident
କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
କପଡ଼ା ଗୋଦାମରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Accident
ତୀର୍ଥ ଯାତ୍ରା ହେଲା ଅନ୍ତିମ ଯାତ୍ରା, ସଡ଼କ ଦୁର୍ଘଟଣାରେ ୩ ମୃତ
ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
Accident
ଗଡ଼ୁଥିଲା ବସ୍, ହୃଦଘାତରେ ଟଳି ପଡ଼ିଲେ ଡ୍ରାଇଭର
ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ବସ୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହି ସମୟରେ ଗାଡ଼ିଟି ବିଏମଟିସିର ଆଉ ଏକ ବସ୍ରେ ଘଷି ହୋଇଯାଇଥିଲା। ତେବେ ବସ୍ର କଣ୍ଡକ୍ଟର ଉପସ୍ଥିତି ବୁଦ୍ଧି ଖଟାଇ ସିଧା ଡ୍ରାଇଭର ସିଟ୍କୁ ଜମ୍ପ ମାରିଥିଲେ।