Advertisment

ଗୋରୁ ପଲକୁ ଧକ୍କା ଦେଇ ଓଲଟିଲା ବସ୍‌; ୧୦ ଆହତ

ଆଜି ସକାଳେ ମାଳତି ନାମକ ଯାତ୍ରୀବାହୀ ବସ୍‌ ଆସିକାକୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଗୋରୁ ପଲକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍।  ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଛନ୍ତି।  କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଲିଙ୍ଗାଗଡ଼ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। 

Advertisment

ଆଜି ସକାଳେ ମାଳତି ନାମକ ଯାତ୍ରୀବାହୀ ବସ୍‌ ଆସିକାକୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ଲିଙ୍ଗାଗଡ଼ ଗାଁ ନିକଟରେ ଏକ ଗୋରୁ ପଲ ହଠାତ୍  ବସ୍ ସମ୍ମୁଖକୁ ପଲାଇ ଆସିଥିଲେ। ଏହି ସମୟରେ ବସ୍‌ଟି ଗୋରୁ ପଲକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଜି. ଉଦୟ ଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ବସ୍‌କୁ ଜବତ କରି ଘଟଣା ତଦନ୍ତ କରୁଛି। 

Road Accident Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe