Advertisment

ରାସ୍ତାକଡ଼କୁ ଓଲଟିଲା ‘ଶୁଭମ’ ବସ୍;୧୦ ଆହତ

ଦୁର୍ଘଟଣାପରେ କିଛି ଯାତ୍ରୀ କାଚ ଭାଙ୍ଗି ବାହାରକୁ ଆସିଥିଲେ।

Accident

Accident

Advertisment

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବସ୍‌। ଦୁର୍ଘଟଣାରେ ୧୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଶୁଭମ୍ ନାମକ ଯାତ୍ରୀବାହୀ ବସଟି ୫୦ଜଣରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ ହୀରାକୁଦ ଅଭିମୁଖେ ଯାଉଥିଲେ। ନୂଆପଡ଼ା ଛକ ନିକଟରେ ଆଜି ଭୋର ୫ଟା ସମୟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଯାତ୍ରୀମାନେ କାଚ ଭାଙ୍ଗି ବାହାରକୁ ଆସିଥିଲେ। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ପ୍ରଥମେ ରେଢାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ଯାତ୍ରୀମାନେ କହିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe