/odisha-reporter/media/post_attachments/uploadimage/library/16_9/16_9_0/Accident_1712854749.jpg)
Accident
ସୁନ୍ଦରଗଡ଼ ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଘୋଡ଼ାବାନ୍ଧୁଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୧୦ ଜଣ ଆହତ ହୋଇଛନ୍ତି।
Advertisment
ଆହତମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ସକାଳେ ଏକ ଅଟୋ ଯୋଗେ ଗୋଟିଏ ପରିବାରର ୧୦ଜଣ ତେରେଙ୍ଗାମାଳରୁ କୁଚିଣ୍ଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ଘୋଡ଼ାବାନ୍ଧୁଣୀ ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
