ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଭୁଣ୍ଡାସାହି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି।
ଆଜି ସକାଳେ ବିଲ କାମ ନିମନ୍ତେ ଶ୍ରମିକମାନଙ୍କୁ ନେଇ ଏକ ପିକଅପ୍ ଭ୍ୟାନ୍ ନୂଆସାହି ଅଭିମୁଖେ ଯାଉଥିଲା। ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍ଟି ରାସ୍ତାକଡକୁ ଓଲଟି ପଡ଼ିଥିଲା।
Also Read
ସ୍ଥାନୀୟ ଲୋକେ ଓ ପୁଲିସ ଆହତ ଶ୍ରମିକଙ୍କୁ ଉଦ୍ଧାର କରି କପ୍ତିପଦା ଓ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମସ୍ତ ଶ୍ରମିକ କଟୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍
ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।
Accident
ସକାଳୁ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୩ ଗୁରୁତର
ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
Accident
ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ବ୍ୟାଙ୍କ କର୍ମଚାରୀ, ମିଳିଲା...
ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି।
Accident
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ; ଡଙ୍ଗାରୁ କଏନ ସଂଗ୍ରହ କରୁ କରୁ ବୁଡ଼ିଗଲେ ନାବାଳିକା
ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ନାବାଳିକା। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।