Advertisment

ରାସ୍ତାକଡ଼କୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌,୧୦ ଶ୍ରମିକ ଆହତ

ସ୍ଥାନୀୟ ଲୋକେ ଓ ପୁଲିସ ଆହତ ଶ୍ରମିକଙ୍କୁ ଉଦ୍ଧାର କରି କପ୍ତିପଦା ଓ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଭୁଣ୍ଡାସାହି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ  ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି।

Advertisment

ଆଜି ସକାଳେ ବିଲ କାମ ନିମନ୍ତେ ଶ୍ରମିକମାନଙ୍କୁ ନେଇ ଏକ ପିକଅପ୍‌ ଭ୍ୟାନ୍‌ ନୂଆସାହି ଅଭିମୁଖେ ଯାଉଥିଲା। ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍‌ଟି ରାସ୍ତାକଡକୁ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ଓ ପୁଲିସ ଆହତ ଶ୍ରମିକଙ୍କୁ ଉଦ୍ଧାର କରି କପ୍ତିପଦା ଓ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମସ୍ତ ଶ୍ରମିକ କଟୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
, Odisha Police Roadaccident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe