Advertisment

ଶ୍ରମିକଙ୍କୁ ନେଇଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌, ଫାଟିଗଲା ଟାୟାର

ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବାଲେଶ୍ୱର ଜିଲ୍ଲା NH-୧୬ର ନନ୍ଦିକା ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପିକ୍‌ଅପ୍‌ ଭ୍ୟାନ୍‌ରେ ୪୦ରୁ ଅଧିକ ଶ୍ରମିକ ମୟୂରଭଞ୍ଜର ବାର ମାଇଲ୍‌ରୁ କମର୍ଦା ଅଞ୍ଚଳକୁ ବିଲ କାମ କରିବା ପାଇଁ ଆସୁଥିଲେ। ନନ୍ଦିକା ବାଇପାସ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ର ଟାୟାର ଫାଟି ଯାଇଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲର ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Balasore Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe