Advertisment

ଅଳକାନନ୍ଦା ନଦୀକୁ ଖସି ପଡ଼ିଲା ଟେମ୍ପୋ, ଥିଲେ ୨୩ ଜଣ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପଥରରେ ପିଟି ହୋଇ ଗାଡ଼ିଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
accident

accident

Advertisment

ଉତ୍ତରାଖଣ୍ଡରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ଟେମ୍ପୋ ଟ୍ରାଭେଲର ଜାତୀୟ ରାଜପଥରୁ ସିଧା ଅଳକାନନ୍ଦା ନଦୀରେ ଖସି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଋଷିକେଶ-ବଦ୍ରୀନାଥ ଜାତୀୟ ରାଜପଥର ରାଏଟୋଲି ଠାରେ ଏପରି ଦୁର୍ଘଟଣା ଘଟିଛି। ପ୍ରଥମେ ଗାଡ଼ିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା। ପଥରରେ ମାଡ଼ ହେବା ପରେ ନିକଟରେ ପ୍ରବାହିତ ହେଉଥିବା ଅଳକାନନ୍ଦା ନଦୀରେ ଗାଡ଼ିଟି ପଡ଼ି ଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପଥରରେ ପିଟି ହୋଇ ଗାଡ଼ିଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରାଜ୍ୟ ବିପର୍ଯ୍ୟୟ ପ୍ରଶସନ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ୧୨ଟି ମୃତଦେହ ଉଦ୍ଧାର କରାଯାଇଥିବେ ବେଳେ ୨ ଜଣ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ଋଷିକେଶରେ ଥିବା ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାରେ ଶୋକ ପ୍ରକାଶ କରିବା ସହ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Accident Uttarakhand Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe