Advertisment

ମାସେରେ ଗଲାଣି ୧୦ ମୁଣ୍ଡ, ମଶାଣୀରେ ଲିଭୁନି ଜୁଇ!

ପ୍ରାୟ ମାସ ଭିତରେ ଗଲାଣି ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କିଛିଦିନ ତଳେ ଗୋଟିଏ ପରିବାରର ବାପ, ମାଆ ଓ ଗୋଟିଏ ଛୁଆର ମୃତ୍ୟୁ ହୋଇଛି। ପ୍ରଥମେ ସୁନିଆଁ ଜୁଆଙ୍ଗଙ୍କ ଝିଅ ନୁନିଙ୍କ ମୃତ୍ୟୁ ହୋଇଥିଲା।

Kendujhar

Kendujhar

Advertisment

ଗାଁ ମଶାଣୀରେ ଲିଭୁନି ଜୁଇ! ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଭୟ ଜୀବନ ପାଇଁ। କାରଣ ମାସେରେ ଗଲାଣି ୧୦ ମୁଣ୍ଡ।। ଆହୁରି ଅନେକ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିନି ମେଡ଼ିକାଲ୍‌ ଟିମ୍‌ ବା ପ୍ରଶାସନ। ଏପରି ଦୁଃଖଦ ଖବର ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ।

Advertisment

ବାଂଶପାଳ ବ୍ଲକ୍‌ ଗୋନାସିକାର ଜନ୍ତାରୀ ପଞ୍ଚାୟତ ଗୋନାସିକା ଗାଁ। ଏହି ଗାଁରେ ୧୦୦ରୁ ଅଧିକ ଜୁଆଙ୍ଗ ପରିବାର ବସବାସ କରୁଛନ୍ତି। ଚାଷବାସ ସହ ବଣ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି। ହେଲେ ଏହି ଗାଁକୁ ଏବେ ବିପତ୍ତି ମାଡ଼ି ଆସିଛି। ପ୍ରତିଦିନ କେଉଁଠି ନା କେଉଁଠି ଜଳୁଛି ଜୁଇ! ଜଣଙ୍କ ଶୁଦ୍ଧିକ୍ରିୟା ସରିନି ତ ଆଉ ଜଣଙ୍କ ମୃତ୍ୟୁ ହେଉଛି।

ପ୍ରାୟ ମାସ ଭିତରେ ଗଲାଣି ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କିଛିଦିନ ତଳେ ଗୋଟିଏ ପରିବାରର ବାପ, ମାଆ ଓ ଗୋଟିଏ ଛୁଆର ମୃତ୍ୟୁ ହୋଇଛି। ପ୍ରଥମେ ସୁନିଆଁ ଜୁଆଙ୍ଗଙ୍କ ଝିଅ ନୁନିଙ୍କ ମୃତ୍ୟୁ ହୋଇଥିଲା। ତା’ପରେ ଜ୍ୱରରେ ପୀଡ଼ିତ ହୋଇ ସୁନିଆଁ ଅଫେରା ରାଇଜକୁ ଚାଲିଗଲେ। ୫ ଦିନ ତଳେ ସୁନାଦିଙ୍କ ପତ୍ନୀ ରଶ୍ମୀଙ୍କ ମୃତ୍ୟୁ ହୋଇଛି। ଯେଉଁଥିପାଇଁ ୪ଟି କୋମଳମତି ପିଲା ଅନାଥ ହୋଇଯାଇଛନ୍ତି। ବୁଢ଼ିମାଆଙ୍କ ଓଢଣୀ ତଳେ ଆଶ୍ର ନେଇଛନ୍ତି ୪ ପିଲା। ହେଲେ ସେମାନେ ଚଳିବେ କେମିତି?

Advertisment

ଠିକ୍ ସେହିପରି ଅଜଣା ରୋଗରେ ସୁନାଦି ଜୁଆଙ୍ଗ, ଲକ୍ଷ୍ମୀ ଜୁଆଙ୍ଗ, ବମଳା ଜୁଆଙ୍ଗ, ରାଉତ ଜୁଆଙ୍ଗ, ଜାଡ଼ ଜୁଆଙ୍ଗ, ସୁକୁମାରୀ ଜୁଆଙ୍ଗ ଓ ପୁରିଆ ଜୁଆଙ୍ଗଙ୍କ ମୃତ୍ୟୁ ଘଟିଛି। ଅଜଣା ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଗାଁ ଲୋକଙ୍କ କହିବା ଅନୁସାରେ ପ୍ରଥମ ଜ୍ୱର ହେଉଛି। ମେଡିସିନ୍‌ ଖାଇଲେ ମଧ୍ୟ ଜ୍ୱର ଛାଡ଼ୁନି। ଡାକ୍ତରଖାନା ଗଲେ ଡାକ୍ତର ମେଡିସିନ୍‌ ଦେଇ ଘରକୁ ପଠାଇ ଦେଉଛି। ଘରେ ପହଞ୍ଚିବା ପରେ ଜୀବନ ଯାଉଛି। ମାସେ ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୧୦ରୁ ୧୫ ଜଣ ଜ୍ୱରରେ ପୀଡ଼ିତ ଅଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚିନି ପ୍ରଶାସନ।

ଜ୍ୱରରେ ପୀଡ଼ିତ ଜଣେ ରୋଗୀ ତିଳୋତ୍ତମା ଜୁଆଙ୍ଗ କହିଛନ୍ତି, ମାସେ ହେଲା ଜ୍ୱର ହେଉଛି। ମେଡ଼ିକାଲ୍‌ ଯାଇଥିଲି। ଔଷଧ ଆଣିଥିଲି। ହେଲେ ଜ୍ୱର ଭଲ ହେଉନି। ଏବେ ଗାଁରେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ମୋତେ ଭାରି ଡର ଲାଗୁଛି ବୋଲି ତିଳୋତ୍ତମା କହିଛନ୍ତି।

ଗାଁର କାର୍ତ୍ତିକ ଜୁଆଙ୍ଗ କହିଛନ୍ତି, ୧୫ରୁ ୨୦ ଦିନ ଭିତରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି। ଜଣଙ୍କର ଶୁଦ୍ଧିକ୍ରିୟା ସରିନଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହେଉଛି। ଜ୍ୱର ହେଉଥିବାରୁ ମେଡ଼ିକାଲ୍‌ ଯାଉଛୁ। ଘରେ ପହଞ୍ଚିବା ପରେ ଜୀବନ ଯାଉଛି। ଏତେ ଲୋକଙ୍କ ମୃତ୍ୟୁ ହେଲାଣି, ହେଲେ ଆଜି ପର୍ଯ୍ୟନ୍ତ କେହି ଗାଁକୁ ଆସିନାହାନ୍ତି ବୋଲି କାର୍ତ୍ତିକ ଜୁଆଙ୍ଗ କହିଛନ୍ତି।

ଗାଁର ଶତ୍ରୁଘ୍ନ ଜୁଆଙ୍ଗ କହିଛନ୍ତି, ଗାଁରେ ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ଆହୁରି ଅନେକ ଲୋକ ଅସୁସ୍ଥ ହୋଇରହିଛନ୍ତି। ଏନେଇ ପ୍ରଶାସନକୁ ଜଣାଇଛୁ। ହେଲେ କେହି ଆସୁନାହାନ୍ତି ବୋଊତ ଶତ୍ରୁଘ୍ନ କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe