/odisha-reporter/media/post_attachments/uploadimage/library/16_9/16_9_0/Accident_1734248712.jpg)
Accident
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅସ୍ତିଆ ଛକ ନିକଟରେ ଆଜି ଏକ ପିକ୍ଅପ୍ ଭ୍ୟାନ୍ର ଟାୟାର ଫାଟି ଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
ଏହି ପିକ୍ଅପ୍ ଭ୍ୟାନ୍ ଖୁଣ୍ଟା ଥାନା ଆରପଟା ଗାଁରୁ ଶ୍ରମିକମାନଙ୍କୁ ନେଇ କପ୍ତିପଦା ଅଭିମୁଖେ ଯାଉଥିଲା। ହେଲେ ଉଦଳା ଥାନା ଅସ୍ତିଆ ଛକ ନିକଟରେ ଗାଡ଼ିର ଟାୟାର ଫାଟି ଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ୧୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ବିଭାଗର ଗାଡ଼ି ସହାୟତାରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମାଲ୍ ବୋଝେଇ ଗାଡ଼ିରେ ଶ୍ରମିକମାନଙ୍କୁ ବେଆଇନ ଭାବେ ନେବା ଆଣିବା କରାଯାଉଥିବା ଯୋଗୁ ଓ ଏଥିରେ ରୋକ୍ ଲାଗୁ ନଥିବା ଯୋଗୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
