Advertisment

ରାତିରେ ଖାଇଲେ ଛତୁ ତରକାରୀ, ସକାଳେ ୧୦ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ଖାଇ ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

moshroom

moshroom

Advertisment

ବିଷାକ୍ତ ଛତୁ ଖାଇ ଖାଇ ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ମାତ୍ର ଅନ୍ୟ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଏମିତି ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଘଟିଛି ।

Advertisment

ଗ୍ରାମର ବନ୍ଧ ପଡ଼ାରେ ରହୁଥିବା ବୈଷ୍ଣବ ମାଝୀ ଗତକାଲି ନିଜ ବିଲକୁ ଯାଇଥିବା ବେଳେ ତାଙ୍କ ଖଲା ରେ ଫୁଟିଥିବା କିଛି ଛତୁ ଆଣିଥିଲେ। ତାଙ୍କ ସ୍ତ୍ରୀ ନେପୁର ମାଝୀ ତାକୁ ରାନ୍ଧି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଛତୁ ତରକାରୀ ଖାଇଲା ପରେ ସମସ୍ତଙ୍କୁ ଝାଡ଼ା ବାନ୍ତି ହୋଇଥିଲା।

ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ସବ ଡିଭିଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛଅ ଜଣଙ୍କ ଅବସ୍ଥା ସ୍ଵାଭାବିକ ହେବାରୁ ଛାଡି ଦିଆ ଯାଇଥିଲା । ମାତ୍ର ଚାରି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଛି।

Advertisment

ବୈଷ୍ଣବଙ୍କ ଭାଇ ଚୁଲ ମଣି, ଭାଇବୋହୂ ନିଲେନ୍ଦ୍ରି ମାଝୀ, ବାପା ପର୍ଶୁରାମ ଓ ସାତ ବର୍ଷର ଝିଅ ଲକ୍ଷ୍ମୀ ମାଝୀଙ୍କୁ ନୂଆପଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି ।

Nuapada Food Poisoning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe