/odisha-reporter/media/post_attachments/uploadimage/library/16_9/16_9_0/Accident_1733109824.jpg)
Accident
ସ୍କୁଲ ବସକୁ ଧକ୍କା ଦେଲା ଟ୍ରଲର। ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ ଏହି ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ବସ୍ଟି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲା। ଏହି ସମୟରେ ଏକ ଟ୍ରଲର ଆସି ସ୍କୁଲ ବସ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ଛାତ୍ରଛାତ୍ରୀ ଘରକୁ ଫେରିଥିବା ଜଣାଯାଇଛି।
ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
