Advertisment

ରୋଗୀ ଛାଡ଼ି ଫେରୁଥିଲା, NHରେ ଟ୍ରକ୍‌କୁ ପିଟିଲା ୧୦୮ ଆମ୍ୱୁଲାନ୍ସ

୧୦୮ଆମ୍ୱୁଲାନ୍ସ ରୋଧଗୀ ଧରି କଟକ ବଡ଼ ମେଡ଼ିକାଲ୍‌ ଯାଇଥିଲା। ସେଠାରେ ରୋଗୀ ଛାଡ଼ି ଯାଜପୁର ଫେରୁଥିଲେ। ହେଲେ ଆଜି ଭୋରୁ ଭୋରୁ ଆମ୍ୱୁଲାନ୍ସଟି ୫୩ ନମ୍ୱର ଜାତୀୟ ରାଜପଥର ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଛିଡ଼ା ହୋଇଥିବା ଏକ ଦଶ ଚକିଆ ଟ୍ରକ୍‌କୁ ଧକ୍କା ଦେଇଥିଲା।

author-image
Manoranjan Sial
Ambulance

Ambulance

ରୋଗୀ ଛାଡ଼ି ଫେରୁଥିଲା ୧୦୮ ଆମ୍ୱୁଲାନ୍ସ। ହେଲେ ଅଧା ରାସ୍ତାରେ ଟ୍ରକ୍‌କୁ ଧକ୍କା ଦେଲା। ଫଳରେ ଆମ୍ୱୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୩ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

୧୦୮ଆମ୍ୱୁଲାନ୍ସ ରୋଧଗୀ ଧରି କଟକ ବଡ଼ ମେଡ଼ିକାଲ୍‌ ଯାଇଥିଲା। ସେଠାରେ ରୋଗୀ ଛାଡ଼ି ଯାଜପୁର ଫେରୁଥିଲେ। ହେଲେ ଆଜି ଭୋରୁ ଭୋରୁ ଆମ୍ୱୁଲାନ୍ସଟି ୫୩ ନମ୍ୱର ଜାତୀୟ ରାଜପଥର ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଛିଡ଼ା ହୋଇଥିବା ଏକ ଦଶ ଚକିଆ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଆମ୍ୱୁଲାନ୍ସ ସମ୍ମୁଖ ଭାଗ ଚୁରମାର୍‌ ହୋଇଯାଇଛି। ଆଉ ଆମ୍ୱୁଲାନ୍ସ ତପନ ପରିଡା ଓ ଫାର୍ମାସିଷ୍ଟ ସୁଜିତି କୁମାର ବଡ଼ ଜେନା ଗୁରୁତର ଆହତ ହୋଇଥିଲା।

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ରୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment

ରିପୋର୍ଟ- ଯାଜପୁର ରୋଡ୍‌ରୁ ଜନ୍ମେଜୟ ଦାଶ

Accident Roadaccident Jajpur