Advertisment

ରେଜଲ୍‌ଟ ପ୍ରକାଶ ପାଇବା ପରେ ଝୁଲି ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାଣିକୋଇଲି ଥାନା ବଡ଼ବିରୁଆ ଗାଁର ବ୍ରଜ ବିହାରି ପଣ୍ଡାଙ୍କ ଏକମାତ୍ର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲରେ ପଢ଼ୁଥିଲେ। ସେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ।

author-image
Manoranjan Sial
Student

Student

ରେଜଲ୍‌ଟ ପ୍ରକାଶ ପାଇବା ପରେ ଝୁଲି ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର। ମାଟ୍ରିକ୍‌ ପରୀକ୍ଷାରେ କମ୍‌ ମାର୍କ ଆସିଥିବାରୁ ଛାତ୍ର ଜଣକ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।

Advertisment

ପାଣିକୋଇଲି ଥାନା ବଡ଼ବିରୁଆ ଗାଁର ବ୍ରଜ ବିହାରି ପଣ୍ଡାଙ୍କ ଏକମାତ୍ର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲରେ ପଢ଼ୁଥିଲେ। ସେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଭଲ କରିବେ ବୋଲି ବାପା ଓ ମାଆ ଆଶା ରଖିଥିଲେ। ହେଲେ ଆଜି ପ୍ରକାଶ ପାଇଥିବା ରେଜଲ୍ଟରେ ସେ C ଗ୍ରେଡ୍‌ ପାଇଥିଲେ। ସେ ସାହିତ୍ୟରେ ୫୧, ଇଂଲିଶରେ ୪୭, ସଂସ୍କୃତରେ ୬୪, ଗଣିତରେ ୪୧, ଜେନେରାଲ୍‌ ସାଇନ୍ସରେ ୪୬ ଓ ସୋସିଆଲ୍‌ ସାଇନ୍ସରେ ୫୮ ନମ୍ୱର ରଖିଥିଲେ। ଭଲ ରେଜଲ୍‌ଟ ହୋଇନଥିବା ଜାଣି ଭାଙ୍ଗି ପଡ଼ିଥିଲେ। ଘରେ କେହି ନଥିବା ବେଳେ ମାଆଙ୍କ ଶାଢ଼ୀକୁ ବେକରେ ଗୋଡ଼ାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥର କଟକରେ ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ ଆଶୁତୋଷ ସାହୁ ରେଭେନ୍ସା କଲେଜିଏଟ୍ ହାଇସ୍କୁଲରୁ ୫୫୨ ମାର୍କ ରଖି A1-ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଜଣେ ଫଳ ଦୋକାନୀଙ୍କ ଝିଅ ରୂପା ସା ୫୪୦ ନମ୍ବର ସହ A1 ଗ୍ରେଡ୍ ପାଇ ବାପାଙ୍କ ସ୍ୱପ୍ନ ପୂରଣ କରିଛନ୍ତି। ସେପଟେ ଅନୁଗୋଳ ଜିଲ୍ଲା ସାନକନ୍ତକୂଳ ଗାଁର ଯାଆଁଳା ଭଉଣୀ ସୁଚରିତା ଓ ସୁଚିଶ୍ମିତା ପ୍ରଧାନ ଉଭୟେ A1 ଗ୍ରେଡ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୁଇ ଉଭଣୀଙ୍କ ଏହି ସଫଳତାରେ ତାଙ୍କ ପରିବାର ସହ ପୂରା ଗାଁରେ ଖୁସିର ମାହୋଲ ସୃଷ୍ଟି କରିଛି।

Advertisment
Odisha Matric Result