Medical
ସକାଳୁ ସକାଳୁ ଗାଁରେ ଆତଙ୍କ ଖେଳାଇଛି ପାଗଳ ବିଲୁଆ । ପାଗଳ ବିଲୁଆ ଆକ୍ରମଣରେ ଗୁରୁତର ହୋଇଛନ୍ତି ୧୧ ଜଣ ବ୍ୟକ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ବାଗଦା ଓ କସିଆ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଆଜି ସକାଳେ ଗାଁର ୧୦ ପରିବାରର ୧୧ ଜଣକୁ ପାଗଳ ବିଲୁଆ ଆକ୍ରମଣ କରି ଗୁରୁତର କରିଛି । ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସାମାନ୍ୟ ଆହତ ହୋଇଥିବା କିଛି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।
ଗାଁରେ ଉତ୍ପାତ ଖେଳାଇଥିବା ପାଗଳ ବିଲୁଆକୁ ଧରିବାକୁ ଗାଁ ଲୋକେ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ବହୁ ପରିଶ୍ରମ ପରେ ବି ବିଲୁଆକୁ ଗାଁ ଲୋକେ କାବୁ କରିପାରି ନ ଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us