Advertisment

ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୧୧ ଆହତ

ଆଜି ସନ୍ଧ୍ୟା ବେଳେ ପାତ୍ରପୁର ବ୍ଲକ୍‌ ଆମୁଣ୍ଡି ଗାଁର ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ରୋଷେଇ ହେଉଥିଲା। ଘରର ଜଣେ ମହିଳା ଗ୍ୟାସ୍‌ରେ ରାନ୍ଧୁ ଥିଲେ। ଠିକ୍‌ ସେହି ସମୟରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗି ଯାଇଥିଲା।

Ganjam

Ganjam

Advertisment

ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଆଜି ସନ୍ଧ୍ୟା ବେଳେ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଜଣଙ୍କ ଘରେ ଘଟିଛି। ବିସ୍ଫୋରଣରେ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସନ୍ଧ୍ୟା ବେଳେ ପାତ୍ରପୁର ବ୍ଲକ୍‌ ଆମୁଣ୍ଡି ଗାଁର ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ରୋଷେଇ ହେଉଥିଲା। ଘରର ଜଣେ ମହିଳା ଗ୍ୟାସ୍‌ରେ ରାନ୍ଧୁ ଥିଲେ। ଠିକ୍‌ ସେହି ସମୟରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଦେଖି ମହିଳା ଜଣକ ବାହାରକୁ ଆସି ସାହି ପଡ଼ିଶାଙ୍କୁ କହିଥିଲେ। ଧୀରେ ଧୀରେ ନିଆଁ ବ୍ୟାପୀ ଥିଲା। ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଘରେ ପଶିବା ବେଳେ ଗ୍ୟାସ୍‌ ସିଲିଣ୍ଡରଟି ବ୍ଲାଷ୍ଟ କରିଥିଲା।

ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ କରିବାରୁ ନିଆଁ ଲିଭାଇବାକୁ ଯାଇଥିବା ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ବେହେରା, ସିଧେଶ୍ୱର ବେହେରା, କିରଣ ବିଷୋୟୀ, ଅମନ ପଟ୍ଟନାୟକ, ରିଙ୍କୁ ବେହେରା, ଗଣେଶ ବେହେରା, ସୁଜିତ ବେହେରା, ଶିବରାମ ବେହେରା ଓ ଜଗନ୍ନାଥ ପଣ୍ଡା ପ୍ରମୁଖ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ପାଢ଼ୀ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe