Advertisment

ପ୍ଲାଟିନମ ଖଣିରେ ଅଘଟଣ: ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ, ୭୫ ଆହତ

କମ୍ପାନୀ ସିଇଓ ନିକୋ ମଲ୍ଲର୍ ଏହି ଘଟଣାକୁ କମ୍ପାନୀ ଇତିହାସର ସବୁଠାରୁ କଳାଦିନ ବୋଲି କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି।

Advertisment

ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ରୁଷ୍ଟେନବର୍ଗ ଖଣିରୁ ସ୍ଥାନାନ୍ତର ହେବା ସମୟରେ ହଠାତ୍ ଲିଫ୍ଟ ଛିଣ୍ଡି ତଳେ ପଡି ଯାଇଥିଲା। ସୂଚନା ଅନୁସାର, ଦକ୍ଷିଣ ଆଫ୍ରିକାର ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସ୍ (ଇମ୍ପ୍ଲାଟସ୍) କମ୍ପାନୀରେ ଏହି ଅଘଟଣ ଘଟିଛି। କମ୍ପାନୀ ସିଇଓ ନିକୋ ମଲ୍ଲର୍ ଏହି ଘଟଣାକୁ କମ୍ପାନୀ ଇତିହାସର ସବୁଠାରୁ କଳାଦିନ ବୋଲି କହିଛନ୍ତି।

ସେ କହିଛନ୍ତି, "ଇମ୍ପ୍ଲାଟସ୍ ଇତିହାସରେ ଏହା ଏକ କଳାଦିନ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ପ୍ରତି ସମବେଦନା ଜଣାଉଛି। ଆମର ସହକର୍ମୀଙ୍କ ବିୟୋଗରେ ଖୁବ୍ ଦୁଃଖିତ। ସେମାନଙ୍କ ପରିବାର ସହ ଯୋଗୋଯୋଗରେ ରହିଛୁ।"

Advertisment

ସେ ଆହୁରି କହିଛନ୍ତି ଯେ, ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହି ଜରୁରୀ ପରିସ୍ଥିତିରେ ସେବା ଯୋଗାଇ ଥିବା ପ୍ରତିଟି ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଉଛି।

Elevator Falls In Platinum Mine Accident In Platinum Mine