ଆଜିକୁ ଠିକ୍ 6 ବର୍ଷ ତଳେ ଘଟିଥିଲା ଏକ ବଡ଼ ଅଘଟଣ । 2017 ମସିହା ଦୀପାବଳିର ଠିକ୍ ପୂର୍ବଦିନର ଅପରାହ୍ନରେ ପ୍ରାୟ ସାଢେ ତିନିଟାରୁ ଚାରିଟା ମଧ୍ୟରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ବାହାବଳପୁରରେ ଘଟିଥିଲା ଏକ ବଡ ଧରଣର ବାଣ ବିସ୍ପୋରଣ । ଯାହା ସମସ୍ତଙ୍କ ପାଇଁ ଆଜିବି ଅଭୁଲା ।2017 ମସିହା ଦୀପାବଳି ଠିକ୍ ପୂର୍ବଦିନ ବାଣ ତିଆରି ସହ ବିକ୍ରିବେଳେ ଗୋଲକ ପ୍ରଧାନଙ୍କ ଘରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ନିମିଷକ ମଧ୍ୟରେ ଛାରଖାର ହୋଇଗଲା ସବୁକିଛି । ଚାହୁଁ ଚାହୁଁ ଚାଲିଗଲା 11 ଜଣଙ୍କ ଜୀବନ । 11 ଜଣଙ୍କ ମଧ୍ୟରେ ଥିଲେ ଗୋଲକଙ୍କ 3 ପୁଅଙ୍କ ସମେତ 2 ନାତିନାତୁଣୀ ଓ ବାଣ କିଣିବାକୁ ଆସିଥିବା 6 ଗ୍ରାହକ । ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ ଗୋଲକ ଓ ତାଙ୍କ ପତ୍ନୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।