ଜାତୀୟ ରାଜପଥ ଉପରେ ଛିଣ୍ଡି ପଡ଼ିଲା ୧୧ କେଭି ତାର

ବିଦ୍ୟୁତ୍ ଖୁଣ୍ଟିଟି ତଳକୁ ନଇଁ ଯାଇଥିବା ବେଳେ ୧୧ କେଭି ତାର ଛିଣ୍ଡି ରାସ୍ତାରେ ପଡ଼ିଯାଇଥିଲା।

୧୧ କେଭି ତାର ଛିଣ୍ଡି ପଡ଼ିଛି

  • Published: Tuesday, 09 January 2024
  • , Updated: 09 January 2024, 04:35 PM IST

ଜାତୀୟ ରଜପଥ ଉପରେ ଛିଣ୍ଡିପଡ଼ିଲା ୧୧ କେଭି ବିଦ୍ୟୁତ୍ ତାର। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଆଜି ଅପରାହ୍ନରେ କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣି ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଖୁଣ୍ଟୁଣି ବଜାର ନିକଟରେ ୫୫ ନମ୍ବର ଜାତୀୟ ରଜପଥରେ ଏକ ଓଭର ବ୍ରିଜ କାମ ଚାଲିଛି। ଏହି କାମରେ ନିୟୋଜିତ ଏକ ହାଇୱା ମାଟି ନେଇ ନିର୍ମାଣାଧୀନ ଓଭର ବ୍ରିଜକୁ ଯାଉଥିବା ବେଳେ କୌଣସି କାରଣ ବଶତଃ ଏକ ବିଦୁତ ଖୁଣ୍ଟିରେ ଏହାର ଡ଼ାଲା ମାଡ଼ ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟିଟି ତଳକୁ ନଇଁ ଯାଇଥିବା ବେଳେ ୧୧ କେଭି ତାର ଛିଣ୍ଡି ରାସ୍ତାରେ ପଡ଼ିଯାଇଥିଲା। ତେବେ ହାଇୱା କିମ୍ବା ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ।

ବିଦୁତ୍ ତାର ପଡ଼ିଯିବା ଯୋଗୁ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳା ବନ୍ଦ ରହିଛି। ବିଦୁତ୍ ବିଭାଗ ପକ୍ଷରୁ ବିଦୁତ୍ କାଟ କରାଯାଇ ନଇଁ ପଡ଼ିଥିବା ଖୁଣ୍ଟକୁ ଉଠାଇବା ସହ ମରାମତି କାର୍ଯ୍ୟ ଜାରିରହିଛି।

Related story