ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପାର୍ତ୍ତିଗୁଡା ଗାଁରେ ଏହି ଅଘଟଣ ଘଟିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାଯାଇଛି।
ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଗ୍ରାମବାସୀ ସମସ୍ତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖାଇବା ଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ମଉସା ସହ ବୁଲି ବାହାରିଥିଲା କୁନି ଝିଅ, ଚଢ଼ିଗଲା ହାଇୱା
ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା।
Accident
ପିକନିକ୍ ଯିବା ବେଳେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଗୁରୁତର
ନୂଆ ବର୍ଷ ପିକନିକ୍ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି।
Accident
ରାସ୍ତା ମଝିରେ ଦୁଇ ବାଇକ୍ ମୁହାଁମୁହିଁ; ୨ ଯୁବକଙ୍କ ମୃତ୍ୟୁ
ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗାଁର ପୂର୍ଣ୍ଣ ମାଝୀ ମେଗା ଜଳ ଯୋଗାଣ ପ୍ରକଳ୍ପରେ ୱାଲ ଅପେରଟର ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ସେ ତେନ୍ତୁଳିଖୁଣ୍ଟି ଗାଁର ଏକ ହଟେଲକୁ ଖାଇବାକୁ ଯାଇଥିଲେ।
Accident
ଗଞ୍ଜେଇ ଧରି ଦ୍ରୁତଗତିରେ ଯାଉଥିଲେ, ଗଛରେ ପିଟି ହେଲେ
ଛତିଶଗଡ଼ ଅଞ୍ଚଳର ଜଣେ ଯୁବକ ବ୍ୟାଗରେ ଗଞ୍ଜେଇ ଧରି ବାଇକ୍ରେ ଦ୍ରୁତଗତିରେ ସୋନପୁର କଲେଜ ରାସ୍ତାରେ ଯାଉଥିଲେ। ତେବେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଗଛରେ ପିଟି ହୋଇଥିଲେ।
Accident
ଲେଡିଜ୍ ହଷ୍ଟେଲରେ ଲାଗିଲା ନିଆଁ, ସବୁ ପୋଡ଼ି ପାଉଁଶ
ଉପର ମହଲାରେ ନିଆଁ ଲାଗିଥିବାରୁ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି। ।