Advertisment

ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ

ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ।

ଅଦ୍ୟତନ ହୋଇଛି
Patient serious

Patient serious

Advertisment

ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପାର୍ତ୍ତିଗୁଡା ଗାଁରେ ଏହି ଅଘଟଣ ଘଟିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାଯାଇଛି।

Advertisment

ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଗ୍ରାମବାସୀ ସମସ୍ତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।  ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖାଇବା ଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe