Advertisment

ଗୋରୁ ପଲ ଉପରେ ମାଡ଼ିଗଲା ଟ୍ରକ୍

ଆଜି ଭୋର ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତା ଉପରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଯାଇଥିଲା।

Accident

Accident

Advertisment

ଗୋରୁ ପଲ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୧୨ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ଭୋର ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତା ଉପରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାରେ ୧୨ଟି ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ୨ଟି ଗାଈର ଅବସ୍ଥା ସଂକଟାପନ୍ନ ରହିଚି। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୋରୁଙ୍କ ମୃତଦେହକୁ ରାସ୍ତାର ଉଠାଇଛି। ସଂକଟାପନ୍ନ ଥିବା ୨ଟି ଗୋରୁଙ୍କୁ ଚିକିତ୍ସା ପାଇଁ ପଠାଇଛି।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ୧୨ଟି ଗୋରୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Roadaccident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe