Advertisment

ମିନି ଟ୍ରକ୍‌ରେ ପିଟି ହେଲା ବସ୍‌, ଚାଲିଗଲା ୧୨ ଜଣଙ୍କ ଜୀବନ

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଅଧିକାରୀଙ୍କୁ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Accident

Accident

Advertisment

ଉତ୍ତର ପ୍ରଦେଶର ହାଥରସରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ମିନି ଟ୍ରକ୍‌ରେ ପିଟି ହୋଇଯାଇଛି ଗୋଟିଏ ବସ୍‌। ଏଥିଯୋଗୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୧୬ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆଗ୍ରା-ଅଲୀଗଡ଼ ବାଇପାସ୍‌ରେ ଏପରି ଘଟଣା ଘଟିଛି।

Advertisment

ମିନି ଟ୍ରକ୍‌ରେ ଥିବା ଲୋକମାନେ ଖାଇବା ପାଇଁ ଗୋଟିଏ କାର୍ଯ୍ୟକ୍ରମ ଯାଇଥିଲେ। ସେଠାରୁ ସେମାନେ ସେୱାଲା ଗାଁକୁ ଫେରୁଥିଲେ। ହେଲେ ବାଇପାସ୍‌ରେ ଗୋଟିଏ ବସ ସେମାନଙ୍କ ଗାଡ଼ିକୁ ଓଭର ଟେକ କରିବା ବେଳେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମିନି ଟ୍ରକ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତ ହୋଇଥିବା ୧୬ ଜଣ ଲୋକଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଅଧିକାରୀଙ୍କୁ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ ଓ ସ୍ଥାନୀୟ ଏସ୍‌ପି ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe