Advertisment

ଟ୍ରକ୍‌କୁ ପଛରୁ ପିଟିଲା ମିନି ବସ୍‌: ୧୨ ମୃତ, ୨୩ ଆହତ

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି।

Accident

Accident

Advertisment

ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର ବୈଜାପୁର ଅଞ୍ଚଳରେ। ଗତକାଲି ରାତି ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ବସ୍‌ଟିରେ ମୋଟ ୩୫ ଜଣ ତୀର୍ଥଯାତ୍ରୀ ଥିଲେ। ସେମାନେ ବୁଲଢାଣା ସୈଲାନୀ ବାବା ଦରଗାହରୁ ଫେରି ନାଶିକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମିନି ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେଥିପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମହାରାଷ୍ଟ୍ରର ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଏହି ଦୁର୍ଘଟଣା ଦୁର୍ଭାଗ୍ୟଜନକ। ସମୃଦ୍ଧି ଏକ୍ସପ୍ରେସୱେରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସରକାର ଏହାର ଅନୁସନ୍ଧାନ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe