Advertisment

ଭୟଙ୍କର ବସ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Accident

Accident

Advertisment

ରାଜସ୍ଥାନର ସିକାରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଯାତ୍ରିବାହୀ ବସ୍‌ ଦ୍ରୁତଗତିରେ କଲଭର୍ଟରେ ପିଟି ହୋଇ ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ପୂରା ଘଟଣା ମଙ୍ଗଳବାର ମଧ୍ୟାହ୍ନ ସମୟରେ ଘଟିଛି। ବସ୍‌ଟି ସାଲସରରୁ ଆସୁଥିଲା। କିନ୍ତୁ ସିକାର ଜିଲ୍ଲାରେ ଥିବା ଲକ୍ଷ୍ମୀଗଡ଼ ନିକଟରେ ଏହା ଗୋଟିଏ କଲଭର୍ଟରେ ପିଟି ହୋଇଯାଇଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ଟି ମଧ୍ୟ ପୂରା ଛିନଛତ୍ର ହୋଇଯାଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବସରୁ ଆହତମାନଙ୍କୁ ବାହାର କରି ଲକ୍ଷ୍ମୀଗଡ଼ରେ ଥିବାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Advertisment

କ୍ରେନ ଦ୍ୱାରା ବସ୍‌କୁ ସ୍ଥାନାନ୍ତର କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଛି। ସମ୍ଭବତଃ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ କଲଭର୍ଟରେ ଏହାକୁ ପିଟି ଦେଇଥିବା ସନ୍ଦେ କରାଯାଉଛି। 

Accident Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe