Advertisment

ସମର କ୍ୟାମ୍ପରେ ମସ୍ତି କରୁଥିଲେ ଛାତ୍ରଛାତ୍ରୀ; ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି

ମହୁମାଛି ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି।

author-image
Tapaswini Nayak
undefined

Bee attack

ସମର କ୍ୟାମ୍ପରେ ମସ୍ତି କରୁଥିଲେ ପିଲା। ଏହି ସମୟରେ ତୋଟାରୁ ଉଡ଼ି ଆସି ଗୋଡ଼େଇ ଗୋଡ଼େଇ କାମୁଡ଼ିଲେ ମହମାଛି। ମହୁମାଛି ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ଜଣାଯାଇଛି।

Advertisment

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ଠାରେ ଥିବା ସାପୁଆ ଡ୍ୟାମରେ ଏହି ଅଘଟଣ ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ୯୦ ଜଣ ଛାତ୍ରଛାତ୍ରୀ ସମରକ୍ୟାମ୍ପ ପାଇଁ ସାପୁଆ ଡ୍ୟାମ ଆସିଥିଲେ। ମାତ୍ର କ୍ୟାମ୍ପ ଆରମ୍ଭ ହେବା ମାତ୍ରକେ ପାଖରେ ଥିବା ତୋଟାରୁ ମହୁମାଛିମାନେ ଉଡ଼ିଆସି ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକାଳେ ଯିଏ ଯୁଆଡେ ଚାହିଁଲା ଦୌଡ଼ି ପଳାଇଲା। ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Dhenkanal