Advertisment

ପୂଜା ଚାଲିଥିବା ବେଳେ ହେଲା ବଜ୍ରପାତ: ୧୨ରୁ ଅଧିକ ଲୋକ ଆହତ

ବରପାଲି ବ୍ଲକ ମୁନୁପାଲି ଗାଁ ନିକଟ ମୁନୁବନ୍ଧରେ କୃଷି ଭିତ୍ତିକ ଉତ୍ସବ ପାଇଁ ପୂଜାର୍ଚ୍ଚନା ଚାଲିଥିଲା। ପୂଜାରେ ସାମିଲ ଥିବା ଲୋକମାନେ ଗଛ ମୂଳରେ ବସିଥିଲା। ଠିକ୍‌ ସେହି ସମୟରେ ବଜ୍ରପାତ ହୋଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
lightning

lightning

ପୂଜାର୍ଚ୍ଚନା ବେଳେ ବଜ୍ରପାତ ହେଲେ। ଆଉ ଗଛ ମୂଳରେ ବସିଥିବା ୧୨ରୁ ଅଧିକ ଲୋକ ଆହତ ହୋଇଛି। ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅଞ୍ଚଳରେ ଘଟିଛି।

Advertisment

ଆଜି ସନ୍ଧ୍ୟା ବେଳେ ବରପାଲି ବ୍ଲକ ମୁନୁପାଲି ଗାଁର ମୁନୁବନ୍ଧ ଆଡି ଉପରେ କୃଷି ଭିତ୍ତିକ ଉତ୍ସବ ପାଳିତ ହେଉଥିଲା। ଦେବୀ ପୂଜକ ଝାଙ୍କର ପୂଜାର୍ଚ୍ଚନା କରୁଥିବା ବେଳେ ଅଚାନକ ପବନ ବୋହିବା ସହିତ ବର୍ଷା ମାରିଥିଲା। ସମସ୍ତେ ଏକ ଗଛ ମୂଳକୁ ଚାଲି ଯାଇଥିଲେ। ଠିକ୍‌ ସେହି ସମୟର ବଜ୍ରାପାତ ହୋଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। କୃଷ୍ଣଚନ୍ଦ୍ର ଶିକା, ବିଜୟ ସିଦ୍ଧାର,ସୁଧାଂଶୁ ସିକା ଓ ଅନିଲ କୁମ୍ଭାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବରପାଲି ଡାକ୍ତରଖାନା ଭର୍ତ୍ତି କରାଯାଇଛି।

ସୂଚନାରୁ ପ୍ରକାଶ, ଆଜି ବଜ୍ରପାତରେ ସମଗ୍ର ରାଜ୍ୟରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଅନେକ ଚାଷୀ ଅଛନ୍ତି।

Advertisment

ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ

BARAGADA Lightning Strike