Advertisment

କୋଣାର୍କ ବୁଲିବାକୁ ଆସିଥିଲେ; ବାଟରେ ବରଗଛରେ ପିଟିହେଲା ଗାଡ଼ି

ସମସ୍ତ ଆହତଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ବୋଲି ଜଣାଯାଇଛି।

Road Accident

Road Accident

Advertisment

କୋଣାର୍କ ବୁଲିବାକୁ ଆସିଥିବା ବେଳେ ଗଛରେ ପିଟି ହୋଇ ଓଲଟିଲ ଭ୍ୟାନ୍‌। ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ଛକରେ  ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଆହତଙ୍କମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଓ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ବୋଲି ଜଣାଯାଇଛି।

ଭଦ୍ରକ ଜିଲ୍ଲା ତିହିଡିର ଏକ ପରିବାର ଏକ winger ଗାଡ଼ିରେ କୋଣାର୍କ ବୁଲିବାକୁ ଆସିଥିଲେ। ଆଜି ରାତି ୩ଟା ୩୦ ସମୟରେ କୋଣାର୍କ ଆଉ ଦୁଇ କିଲୋମିଟର ଦୂର ଥିବା ବେଳେ  କୁଣେଇ ନିକଟରେ ଏକ ବରଗଛରେ ପିଟି ହୋଇ ଗାଡ଼ିଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Puri Roadaccident Konark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe