Advertisment

ବ୍ରିଜ ତଳକୁ ଖସିଲା ବରଯାତ୍ରୀ ଗାଡ଼ି; ୨ ମୃତ, ୧୨ ଆହତ

ସମସ୍ତ ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ରହିଛି।

ଦଳପୁର ଅଞ୍ଚଳର ୨୦ରୁ ଅଧିକ ଲୋକ ଏକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିକୁ ଯୋଗଦେବାକୁ ଯାଉଥିଲେ। ଦିନ ପ୍ରାୟ ୧୨ ସମୟରେ ଖଟଲାପଦର ବ୍ରିଜ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୧୨ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ

Advertisment

ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି।  ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।  ଡ୍ରାଇଭର ନିଶାସକ୍ତ ଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। 

Roadaccident Koraput