Accident
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।
Advertisment
ଆହତମାନେ କେନ୍ଦ୍ରାପଡ଼ାର। ସେମାନେ ଓ ଅନ୍ୟ କିଛି ଯୁବକ ଦୁଇଟି ଗାଡ଼ିରେ ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ। ତେବେ ଗୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
