ରାଜ୍ୟରେ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ରାଉରକେଲା RGHରେ ୨୩ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେଗୁରୁତର ଅନ୍ୟ ୧୦ଜଣଙ୍କୁ ଏକ ଘରୋଇ ହସପିଟାକୁ ସ୍ଥାନାନ୍ତର କରାଯାଇଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି।