Advertisment

Accident: ଘନ କୁହୁଡ଼ି ଯୋଗୁ ୮ ବସ ଓ ୩ କାର ମଧ୍ୟରେ ଦୁର୍ଘଟଣା: ଜଳିଗଲା ଗାଡ଼ି, ୧୩ ଜୀବନ୍ତ ଦଗ୍ଧ

ସିରିଜ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ୭ରୁ ୮ଟି ଛୋଟ ବସ, ଗୋଟିଏ ଟେମ୍ପୋ ଟ୍ରାଭେଲର ଓ କିଛି ଛୋଟ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

author-image
Hemant Lenka
Foog

ଦୁର୍ଘଟଣା

ପୁଣି ଘନ କୁହୁଡ଼ି ସାଜିଛି କାଳ। କୁହୁଡ଼ି ଯୋଗୁ ମଥୁରା ସ୍ଥିତ ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ଘଟଣା। ୮ଟି ବସ୍‌ ଓ ୩ଟି କାର ଏକ୍ସପ୍ରେସ ୱେରେ ପରସ୍ପରକୁ ଧକ୍କା ଦେଇଛନ୍ତି। ଦୁର୍ଘଟଣା(Accident) ଯୋଗୁ କିଛି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ଯୋଗୁ ୧୩ ଜଣ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ପ୍ରାୟ ୭୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। 

Advertisment

ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ର ପ୍ରକାଶ ସିଂହଙ୍କ କହିବା କଥା ଯେ ସିରିଜ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ୭ରୁ ୮ଟି ଛୋଟ ବସ, ଗୋଟିଏ ଟେମ୍ପୋ ଟ୍ରାଭେଲର ଓ କିଛି ଛୋଟ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

Advertisment

ଭୋର ସମୟରେ ସିରିଜ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ସମ୍ପର୍କରେ ପୁଲିସ୍‌ ଖବର ପାଇଥିଲା। ଏହାପରେ ପୁଲିସ୍‌ ଟିମ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିଥିଲେ। ବେଶ କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ୧୩ ଜଣ ପ୍ରାଣ ହରାଇ ସାରିଥିଲେ। ଆହତମାନଙ୍କୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡ଼ିରୁ ଉଦ୍ଧାର କରି ପୁଲିସ୍‌ ଟିମ ହସ୍ପିଟାଲରେ ପହଞ୍ଚାଇଥିଲେ। 

ପୁଲିସର କହିବା କଥା ଯେ ଘନ କୁହୁଡ଼ି ଯୋଗୁ ଗାଡ଼ି ଚାଳକାମାନେ ଠିକ ଭାମେ ରାସ୍ତାକୁ ଦେଖି ପାରି ନଥିଲେ। ଏଥିଯୋଗୁ ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ। କିଛି ଗାଡ଼ିରେ ନିଆଁ ଲାଗିଯିବା ଯୋଗୁ ଏତେ ବଡ଼ ଘଟଣା ଘଟିଛି। 

Accident