Advertisment

ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍, ୧୩ ମୃତ

ତୀର୍ଥଯାତ୍ରା ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି।

author-image
Debibandita Barick
Bus Accident

Bus Accident

ଆଜି ସକାଳେ କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ସୂଚନା ଅନୁସାରେ, ପୁଣେ-ବାଙ୍ଗାଲୁରୁ ରାଜପଥ ନିକଟ ରାସ୍ତା ପାଖରେ ଏକାଧିକ ଟ୍ରକ୍ ପାର୍କିଂ କରି ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଯାତ୍ରୀବାହୀ ମିନି ବସ୍ ଟ୍ରକକୁ ଧକ୍କା ଦେଇଥିଲେ। ଏଥିରେ ଘଟଣାସ୍ଥଳରେ ୧୧ ଜଣଙ୍କର ଜୀବନ ଚାଲିଯାଇଛି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ମୁତାବକ, ମୃତକମାନେ ଶିବମୋଗାର ବାସିନ୍ଦା। ଏକ ମିନି ବସରେ ୧୭ ଜଣ ତୀର୍ଥଯାତ୍ରା ପାଇଁ ବେଲାଗାଭି ଜିଲ୍ଲାକୁ ଯାଇଥିଲେ। ତୀର୍ଥଯାତ୍ରା ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି।

Advertisment

ହାଭେରୀ ଜିଲ୍ଲାର ଗୁଣ୍ଡେନାହାଲି କ୍ରସିଂ ନିକଟରେ ଭୋଅର ପ୍ରାୟ ୩.୪୫ ସମୟରେ ରାସ୍ତାକଡରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ବସ୍। ଦୁର୍ଘଟଣାର କାରଣ ଜଣାପଡି ନ ଥିବାବେଳେ ବସ୍ ଡ୍ରାଇଭର୍ ଢୋଳେଇ ପଡ଼ିବାରୁ ଦୁର୍ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି। 

Accident Road Accident