ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଚାଲିଗଲା ୧୪ ଗୋରୁଙ୍କ ଜୀବନ । ଏହି ଦୁର୍ଘଟଣାରେ ୨ ଗୋରୁ ଗୁରୁତର ହୋଇଛନ୍ତି l
ଗତକାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ରାଜପଥ ଉପରେ ଅନେକ ଗାଈ ଶୋଇ ରହିଥିଲେ । କିନ୍ତୁ ଏକ ଦ୍ରୁତଗାମୀ ଅଜଣାଗାଡି ସେଠାରେ ଶୋଇଥିବା ୧୬ଟି ଗାଈଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢିଯାଇଛି l ଫଳରେ ଘଟଣାସ୍ଥଳରେ ୧୪ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗାଈ ଗୁରୁତର ଅବସ୍ଥାରେ ଅଛନ୍ତି l
ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ଶରୀର ରାଜରାସ୍ତାରେ ପଡିରହିଥିବା ବେଳେ ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ ଜାରି ରଖିଛନ୍ତି l ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି l ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଈଗୁଡିକର ମୃତଦେହ ରାଜପଥରୁ ହଟାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଡିଜେଲ ବୋଝେଇ ଟ୍ରେନ୍ରେ ଲାଗିଗଲା ନିଆଁ
ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

Accident
ଦୁଇ ବାଇକ୍ ମୁହାମୁହିଁ ଧକ୍କା, ବାପାପୁଅ ସମେତ ୩ ମୃତ
ଘଟଣାସ୍ଥଳରେ ହିଁ ସୁନୀଲ ଓ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Accident
ବିଧାୟକଙ୍କ କାର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ପିଅନଙ୍କ ମୃତ୍ୟୁ
ବିଧାୟକ ପରିବାର ସହିତ ପୁରୀରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

National
ଭୁଶୁଡ଼ିଲା ବ୍ରିଜ୍, ନଦୀରେ ଖସି ପଡ଼ିଲା ୫ ଗାଡ଼ି; ୧୧ ମୃତ, ୯ ଉଦ୍ଧାର
୧୯୮୧ରେ ଏହି ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୯୮୫ରେ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।