Advertisment

ଔଷଧ କମ୍ପାନୀରେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବଢ଼ିଲା

ଆଉ ୩୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Pharma

Pharma

Advertisment

ଆନ୍ଧ୍ରପ୍ରଦେଶର ଅନାକାପାଲ୍ଲିରେ ଥିବା ଏସେନ୍ସିଆ ନାମା ଔଷଧ ତିଆରି କମ୍ପାନୀରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ବିସ୍ଫୋରଣ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଆଉ ୩୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

କମ୍ପାନୀର ଲଞ୍ଚ ବ୍ରେକ ସମୟରେ ଏତେ ବଡ଼ ବିସ୍ଫୋରଣ ହୋଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ପୀରେ ଆମ୍ବୁଲାନ୍ସ କମ୍ପାନୀ ଭିତରକୁ ଯାଉଛନ୍ତି। ଧୂସର ରଙ୍ଗର ଧୂଆଁ ପୂରା ଅଞ୍ଚଳକୁ ଆଚ୍ଛାଦିତ କରିଥିବାରୁ ଲୋକମାନେ ନାକରେ ହାତ ଦେଇ ଏଣେତେଣେ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି।

ଅନାକାପାଲ୍ଲି ଏସପି ଦୀପିକା ପାଟିଲ ସୂଚନା ଦେଇଛନ୍ତି ଯେ ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ପର୍ଯ୍ୟାୟରେ ରିଆକ୍ଟର ଫାଟି ବିସ୍ଫୋରଣ ଘଟିଥିବା କୁହାଯାଉଥିଲା।

Advertisment

କିନ୍ତୁ ବିଲ୍ଡିଂ ଥିବା ରିଆକ୍ଟର ସାଇଟରେ ବିସ୍ଫୋରଣ ଘଟିଛି। କିନ୍ତୁ ରିଆକ୍ଟରରେ ବିସ୍ଫୋରଣ ଘଟିନାହିଁ। ବିସ୍ଫୋରଣ ପରେ କିଛି ସ୍ଥାନରେ ନିଆଁ ଲାଗି ଯାଇଛି। କମ୍ପାନୀରେ ମୋଟ ୩୮୧ ଜଣ କର୍ମଚାରୀ ୨ଟି ସିଫ୍ଟରେ କାମ କରନ୍ତି। ବିସ୍ଫୋରଣ ଲଞ୍ଚ ବ୍ରେକ ବେଳେ ବିସ୍ଫୋରଣ ହୋଇଥିବାରୁ କମ୍ପାନୀରେ କମ୍‌ ସଂଖ୍ୟକ କର୍ମଚାରୀ ଥିଲେ।

Andhra Pradesh Pharma Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe