Advertisment

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୧୪ ଛାତ୍ର, ୧୮ ଗୁରୁତର

ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି।

Fire In Hostel

Fire In Hostel

Advertisment

ଇରାକର ଏରବିଲ୍‌ ସ୍ଥିତ ଏକ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ଗତକାଲି ଏକବିଲ୍‌ସ୍ଥିତ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଉକ୍ତ ହଷ୍ଟେଲରେ ବହୁ ସଂଖ୍ୟାରେ ଛାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟ କର୍ମଚାରୀ ବି ରହୁଥିବା ଜଣାଯାଇଛି।

ବିଲ୍ଡିଂର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତାହା ତୁରନ୍ତ ଚାରିଆଡ଼କୁ ବ୍ୟାପିବାକୁ ଲାଗିଲା। ଫଳରେ ବିଲ୍ଡିଂରେ ଥିବା ଛାତ୍ରଙ୍କ ସମେତ ଅନ୍ୟମାନେ ରକ୍ଷା ପାଇବା ପାଇଁ ଆକୁଳ ଚିତ୍କାର କରିଥିଲେ।

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯଥାସାଧ୍ୟ ମୁତାବକ ବହୁ ଛାତ୍ରଙ୍କୁ ସେମାନେ ସୁରକ୍ଷିତ ଉଦ୍ଧାର କରିବା ସହ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏଥିସହ ବିଲ୍ଡିଂକୁ ଛାନଭିନ ବେଳେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ସେମାନଙ୍କ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସର୍ଟ ସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe