Bee attack
ଆମ୍ବ ଗଛ ମୂଳରେ ରୋଷେଇ କରୁଥିଲେ। ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମହୁମାଛି। ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିମେରା ଗାଁରେ ଏହି ଘଟଣା ଘଟିଛି।
ଆହତମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମଧ୍ୟରୁ ୬ ଜଣ ମହିଳା ଓ ୮ ଜଣ ପୁରୁଷ ଥିବା ଜଣାଯାଇଛି।
ଆଜି ସକାଳେ ଖାରିମେରା ଗାଁର ପ୍ରାୟ ୧୪ ଜଣ ମହିଳା ଓ ପୁରୁଷ ଗାଁ ନିକଟ ଜଙ୍ଗଲକୁ କାମ କରିବାକୁ ଯାଇଥିଲେ। କେତେଜଣ କାମ କରୁଥିବା ବେଳେ ଅନ୍ୟ କିଛି ପୁରୁଷ ଓ ମହିଳା ଗଛ ମୂଳେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ମହୁମାଛିମାନେ ଉଡ଼ି ଆସି ଆକ୍ରମଣ କରିଥିଲେ।
ସମସ୍ତେ ଜୀବନ ବିକାଳେ ଦୌଡ଼ି ପଳାଇଥିଲେ। ହେଲେ ମହୁମାଛି ଆକ୍ରମଣରେ ୧୪ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bee_attack_1711176025.jpg)