Advertisment

ଚକା ଫାଟି ଯିବାରୁ ବିଲ ଭିତରକୁ ପଶିଗଲା ବସ୍‌; ୧୪ ଆହତ

ଆଜି ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବରଗଡ଼ରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା।

Road Accident

Road Accident

Advertisment

ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସରକାରୀ ବସ୍। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବରଗଡ଼ରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା। କୁଶାମାଲ ଗାଁ ନିକଟରେ ବସ୍‌ର ଚକାଟି ଫାଟିଯାଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ବସ୍‌କୁ  ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Subhanpura
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe