ଥାଇଲ୍ୟାଣ୍ଡରେ ଭୟଙ୍କର ବସ୍ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗଛକୁ ପିଟିଲା ଯାତ୍ରୀବାହୀ ବସ୍। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକାଧିକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
Also Read
ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ଗତକାଲି ମଧ୍ୟ ରାତ୍ରିରେ ଦେଶର ପ୍ରଶ୍ଚିମ ପ୍ରଦେଶ ପ୍ରଚୁପ ଖିରୀ ଖାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ୧୪ ଯାତ୍ରୀଙ୍କ ଅକାଳ ବିୟୋଗ ଘଟିଛି।
ରଏଟର୍ସ ରିପୋର୍ଟ ମୁତାବକ, ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକୃତରେ କେଉଁ କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ତା'ର ତଦନ୍ତ ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ
ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।