Advertisment

ଗଛକୁ ପିଟିଲା ବସ୍; ୧୪ ଯାତ୍ରୀ ମୃତ, ୨୦ ଆହତ

ଥାଇଲ୍ୟାଣ୍ଡରେ ଭୟଙ୍କର ବସ୍ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗଛକୁ ପିଟିଲା ଯାତ୍ରୀବାହୀ ବସ୍।

ଅଦ୍ୟତନ ହୋଇଛି
Incident Photo

Incident Photo

Advertisment

ଥାଇଲ୍ୟାଣ୍ଡରେ ଭୟଙ୍କର ବସ୍ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗଛକୁ ପିଟିଲା ଯାତ୍ରୀବାହୀ ବସ୍। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକାଧିକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ଗତକାଲି ମଧ୍ୟ ରାତ୍ରିରେ ଦେଶର ପ୍ରଶ୍ଚିମ ପ୍ରଦେଶ ପ୍ରଚୁପ ଖିରୀ ଖାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ୧୪ ଯାତ୍ରୀଙ୍କ ଅକାଳ ବିୟୋଗ ଘଟିଛି। 

ରଏଟର୍ସ ରିପୋର୍ଟ ମୁତାବକ, ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକୃତରେ କେଉଁ କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ତା'ର ତଦନ୍ତ ଚାଲିଛି। 

Advertisment
Accident Thailand Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe