ବ୍ରାଜିଲର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାର୍ସେଲୋସରେ ଶନିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ବିମାନ କର୍ମଚାରୀ ଅଛନ୍ତି।
୧୮ ଆସନ ବିଶିଷ୍ଟ ଏହି ବିମାନଟି ମନୌସରୁ ଉଡ଼ାଣ ଭରିଥିଲା। ବାର୍ସେଲୋସରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଯୋଗୁ ବିମାନଟି ଦୁର୍ଘଟଣାର ଶିକାର ହେଲା ବୋଲି କୁହାଯାଉଛି। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ।
Also Read
ବିମାନଟିରେ ଥିବା ସମସ୍ତ ଯାତ୍ରୀ ବ୍ରାଜିଲର ଥିଲେ ବୋଲି ଜଣାପଡ଼ିଛି। ସମସ୍ତଙ୍କର ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ବୁଲାବୁଲି କରିବା ଉଦ୍ଦେଶ୍ୟରେ ବାର୍ସେଲୋସ ଆସୁଥିଲେ ବୋଲି ଜଣାପଡ଼ିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Accident
ଜଳିଗଲା ଧାନ ଗଦା, ୧୩ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Accident
ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର
ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।