Advertisment

ବିମାନ ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

୧୮ ଆସନ ବିଶିଷ୍ଟ ଏହି ବିମାନଟି ମନୌସରୁ ଉଡ଼ାଣ ଭରିଥିଲା।

Plane Crash

Plane Crash

Advertisment

ବ୍ରାଜିଲର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାର୍ସେଲୋସରେ ଶନିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ବିମାନ କର୍ମଚାରୀ ଅଛନ୍ତି।

Advertisment

୧୮ ଆସନ ବିଶିଷ୍ଟ ଏହି ବିମାନଟି ମନୌସରୁ ଉଡ଼ାଣ ଭରିଥିଲା। ବାର୍ସେଲୋସରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଯୋଗୁ ବିମାନଟି ଦୁର୍ଘଟଣାର ଶିକାର ହେଲା ବୋଲି କୁହାଯାଉଛି। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ। 

ବିମାନଟିରେ ଥିବା ସମସ୍ତ ଯାତ୍ରୀ ବ୍ରାଜିଲର ଥିଲେ ବୋଲି ଜଣାପଡ଼ିଛି। ସମସ୍ତଙ୍କର ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ବୁଲାବୁଲି କରିବା ଉଦ୍ଦେଶ୍ୟରେ ବାର୍ସେଲୋସ ଆସୁଥିଲେ ବୋଲି ଜଣାପଡ଼ିଛି।

Advertisment
Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe