Advertisment

ହାଇୱେ କାମ ବେଳେ ଖସିଲା ଗର୍ଡର ଲଞ୍ଚିଂ ମେସିନ, ଆଖି ବୁଜିଲେ ୧୬ ଶ୍ରମିକ

ଏମିତି ବି ଆସେ ମୃତ୍ୟୁ। ସାମନାରୁ ନୁହେଁ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ନେଇଗଲା ୧୬ ଜୀବନ ।

ଅଦ୍ୟତନ ହୋଇଛି
NDRF

NDRF

Advertisment

ଏମିତି ବି ଆସେ ମୃତ୍ୟୁ। ସାମନାରୁ ନୁହେଁ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ନେଇଗଲା ୧୬ ଜୀବନ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ମହାରାଷ୍ଟ୍ରର ସାହାପୁରରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

Advertisment

ହିନ୍ଦୁ ହୃଦୟ ସମ୍ରାଟ ବାଲସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ହୋଇଥିବା ସମୃଦ୍ଧି ରାଜମାର୍ଗ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ଲମ୍ବା ୭୦୧ କିମି ହୋଇଥିବା ବେଳେ ଏହା ମୁମ୍ବାଇକୁ ନାଗପୁର ସହ ସଂଯୋଗ କରିବ।

ଏହି ରାଜପଥ କାମରେ ନିୟୋଜିତ ଗର୍ଡର ଲଞ୍ଚିଂ ମେସିନ୍ ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।

Advertisment

ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ବି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ତୁରନ୍ତ ଏନଡିଆରଏଫର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେସିନ ତଳେ ଆହୁରି କିଛି ମୃତଦେହ ଥିବା ଅନୁମାନ କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଏହି ମେସିନ ବ୍ୟବହାର ମୁଖ୍ୟତଃ ଜାତୀୟ ରାଜପଥ ଓ ହାଇ-ସ୍ପିଡ ରେଳ ବ୍ରିଜ ନିର୍ମାଣରେ ବ୍ୟବହୃତ ହୋଇଥାଏ। ତେଣୁ ଉକ୍ତ ମେସିନ ତଳୁ ସମସ୍ତ ମୃତଦେହ ବାହାର କରିବା ଏନଡିଆରଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଛି। 

Mumbai Mumbai Police Deadbody NDRF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe