Advertisment

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ।

Accident

Accident

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଜବାହାଳ ବସଷ୍ଟାଣ୍ଡ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୋରୁ ଆହତ ହୋଇଛନ୍ତି।

Advertisment

ଏହି ୧୬ ଚକିଆ ଟ୍ରକ୍‌ଟି ଆଜି ଭୋରରେ ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗୋରୁମାନଙ୍କୁ ଟ୍ରକ୍‌ରୁ ଉଦ୍ଧାର କରିଥିଲେ। ଟ୍ରକ୍‌ରେ ଗୋରୁମାନଙ୍କୁ ଥାକ ଥାକ କରି ରଖାଯାଇଥିଲା। ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋରୁମାନେ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ଟ୍ରକ୍‌ଟି କେଉଁଠାରୁ ଗୋରୁ ଆଣିଥିଲା ଓ କେଉଁଠାକୁ ଯାଉଥିଲା, ତାହା ଜଣାପଡ଼ିନି। ପୁଲିସ ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe