Advertisment

Landslide Hits Bus: ବଡ଼ ଅଘଟଣ: ଭୂସ୍ଖଳନ ପରେ ପୋତି ହୋଇଗଲା ଯାତ୍ରୀବାହୀ ବସ୍‌, ୧୫ ଜଣଙ୍କ ମୃତ୍ୟୁ

ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପାହାଡ଼ରୁ ମାଟି ଓ ବଡ଼ବଡ଼ ପଥର ଖସିବାରେ ଲାଗିଥିଲା। ଫଳରେ ଲୋକଙ୍କ ନେଇ ଯାଉଥିବା ବସ୍‌ଟି ମାଟି ଓ ପଥର ମାଡ଼ ଯୋଗୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହାପରେ ପାହାଡ଼ରୁ ଧସିଥିବା ମାଟି ଓ ପଥର ତଳେ ଏହା ପୋତି ହୋଇ ଯାଇଥିଲା।

Bus

ଘଟଣା ସ୍ଥଳର ଦୃଶ୍ୟ

Advertisment

ହିମାଚଳ ପ୍ରଦେଶର ବିଳାସପୁର(Landslide In Himachal)ରେ ବଡ଼ ଅଘଟଣ। ଭୂସ୍ଖଳନ ପରେ ମାଟି ତଳେ ପୋତି ହୋଇଗଲା ଯାତ୍ରୀବାହୀ ବସ। ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ମାଟି ତଳେ ଫସି ଅନେକ ଲୋକ ଚାପି ହୋଇ ରହିଛନ୍ତି। ଘଟଣା ବେଳେ ବସ୍‌ରେ ୩୦ ଜଣ ଯାତ୍ରୀ ଥିବା କୁହାଯାଉଛି। 

Advertisment

ପୂରା ଘଟଣା ବାଲ୍ଲୁ ବ୍ରିଜ ନିକଟରେ ଘଟିଛି। ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପାହାଡ଼ରୁ ମାଟି ଓ ବଡ଼ବଡ଼ ପଥର ଖସିବାରେ ଲାଗିଥିଲା। ଫଳରେ ଲୋକଙ୍କ ନେଇ ଯାଉଥିବା ବସ୍‌ଟି ମାଟି ଓ ପଥର ମାଡ଼ ଯୋଗୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହାପରେ ପାହାଡ଼ରୁ ଧସିଥିବା ମାଟି ଓ ପଥର ତଳେ ଏହା ପୋତି ହୋଇ ଯାଇଥିଲା।

ବସ୍‌ରେ ଥିବା ଯାତ୍ରୀମାନେ ମଧ୍ୟ ଏହା ଭିତରେ ଫସି ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ହେଁ ୧୫ ଜଣଙ୍କ ମୃତଦେହ ବସରୁ ମିଳିଛି। ଏଯାଏ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଜେସିବି ଦ୍ୱାରା ପାହାଡ଼ରୁ ଧସି ଥିବା ମାଟି ଓ ପଥରକୁ କଢ଼ା ଯାଉଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ମାଟି ଓ ପଥର ମାଡ଼ରେ ବସ୍‌ଟି ଛିନଛତ୍ର ହୋଇଯାଇଥିବାର ଭିଡିଓ ବି ସାମ୍ନାକୁ ଆସିଛି। 

ଏହି ଘରୋଇ ବସ୍‌ଟି ମାରୋଟରୁ କାଲାଉଲ ମଧ୍ୟରେ ଚଳାଚଳ କରିଥାଏ। କିନ୍ତୁ ଆଜି ବାଲ୍ଲୁ ବ୍ରିଜ ନିକଟରେ ଏତେ ବଡ଼ ଅଘଟଣ(Accident) ଘଟିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ୍‌, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କର୍ମଚାରୀମାନେ ନିୟୋଜିତ ରହିଛନ୍ତି। 

ବିଳାସପୁର ଡେପୁଟି କମିଶନର ରାହୁଲ କୁମାର ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେହିପରି ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିବା ସେ କହିଛନ୍ତି। ତାଙ୍କ କହିବା କଥା ଯେ ପ୍ରାଥମିକ ଯାଞ୍ଚରୁ ଘଟଣା ବେଳେ ବସ୍‌ରେ ୩୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ତଥାପି ପ୍ରକୃତ ସଂଖ୍ୟା ଏଯାଏ ଜଣାପଡ଼ିନି। ପ୍ରଥମେ ମାଟି ଅତଡ଼ା ତଳେ ଫସି ରହିଥିବା ବସ୍‌କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଥିବା ସେ ଗଣମାଧ୍ୟମକୁ କହିଛନ୍ତି।  

Accident Landslide In Himachal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe