ମାଡ଼ିଗଲା ଟ୍ରେନ; ୧୫ ଛେଳି, ୬ ଗୋରୁ ମୃତ

ଆଜି ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ।

Representational Image

  • Published: Monday, 26 August 2024
  • , Updated: 26 August 2024, 02:26 PM IST

ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଟ୍ରେନ୍ ଧକ୍କାରେ ୧୫ ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଭେଜା ଷ୍ଟେସନ ନିକଟରେ।

ଆଜି ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନ ଆସିଯାଇଥିଲା। ଟ୍ରେନଟି ଗାଈ ଓ ଛେଳିଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରେନ ଧକ୍କାରେ ୧୫ ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Related story